ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନପିଏସ୍ ଶିକ୍ଷକ ସଂଘର ଦାବିପତ୍ର

କୋରାପୁଟ:  ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା  ସମସ୍ତ  କର୍ମଚାରୀଙ୍କୁ  ନିୟମିତ କର୍ମଚାରୀର ମାନ୍ୟତା ଦେବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରି ତାତିଛନ୍ତି ହାଇସ୍କୁଲ ଶିକ୍ଷକ ସଂଘ। କୋରାପୁଟ ଜିଲ୍ଲା ନୂତନ ପେନସନ୍ ସ୍କିମ୍‌(ଏନପିଏସ)ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଂଘ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର  ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି।
ଏନପିଏସ୍  ଶିକ୍ଷକ ସଂଘ ସଭାପତି ଆଶିଷ କୁମାର ମହାନ୍ତି, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ମହାନ୍ତିଙ୍କ ସମେତ ଶତାଧିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଚନ୍ଦନ ପଖୋରୀ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏନପିଏସ ସରକାରୀ ହାଇସ୍କୁଲ  ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ, ୨୦୧୩ରୁ ନିଯୁକ୍ତ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ନିୟମିତ ଭାବେ ଗ୍ରହଣ କରି ସେହି ଦିନରୁ ସେମାନେ ସମସ୍ତ  ସୁବିଧା ସୁଯୋଗ ପାଇବେ ବୋଲି ଘୋଷଣା କରିଛନ୍ତି । କିନ୍ତୁ ୨୦୦୪ରୁ ୨୦୧୨ ମଧ୍ୟରେ ଚୁକ୍ତି ଭିତିକ ନିଯୁକ୍ତ ପାଇଥିବା ଶିକ୍ଷକ, ସରକାରଙ୍କ ଘୋଷଣା ମୂତାବକ କୌଣସି  ଲାଭ ପାଇ ପାରିବେ ନାହିଁ ବୋଲି ସଂଘ ଅଭିଯୋଗ କରିଛି ।
ରାଜ୍ୟ  ସରକାରଙ୍କ  ନିଷ୍ପତ୍ତି ଅନୁଯାୟୀ ୨୦୧୬ରେ ନିଯୁକ୍ତି ପାଇଥିବା ଜଣେ ଚୁକ୍ତି ଭିତିକ ଶିକ୍ଷକ ସେହି ଦିନରୁ ନିୟମିତ ଶିକ୍ଷକର ମାନନ୍ୟତା ପାଇବା ସହ ୬ଟି ଇନକ୍ରିମେଂଟ୍ ପାଉଥିବାବେଳେ ୨୦୧୩ ପୂର୍ବରୁ ନିଯୁକ୍ତ  ଚୁକ୍ତିଭିତ୍ତିକ ଶିକ୍ଷକ ଆର୍ଥିକ କ୍ଷତି ସହୁଛନ୍ତି। ଏପରିକି ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦରମାରେ ତାରତମ୍ୟ ରହୁଥିବା, ୨୦୧୬ରେ ନିଯୁକ୍ତି ପାଇଥିବା ଶିକ୍ଷକ ବରିଷ୍ଠ ଶିକ୍ଷକଙ୍କ ଠାରୁ ଅଧିକ ଦରମା ପାଇବା ଭଳି ସ୍ଥିତ ଉପଜିଥିବା ସଂଘ ଅଭିଯୋଗ କରି ୨୦୦୪ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେହି ଦିନରୁ ନିୟମିତ ନିଯୁକ୍ତି ଭାବେ ଗ୍ରହଣ କରି   ଇନସ୍କିମେଂଟ୍ ଦେବାକୁ ସଂଘ ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ରର ନକଲ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାପାକଙ୍କୁ ମଧ୍ୟ ସଂଘ ପ୍ରଦାନ କରିଛି।
ସମ୍ବନ୍ଧିତ ଖବର