ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ଏମୟୁଜେ ତରଫରୁ ଏସପିଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ଗତ କିଛିବର୍ଷ ଧରି ଓଡ଼ିଶାରେ ସାମ୍ବାଦିକମାନଙ୍କ ଉପରେ ରାଜନୈତିକ ନେତା, କଳାବଜାରୀ, ମାଫିଆ ଏବଂ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ବାରା ଧମକ ଚମକ ଏବଂ ଆକ୍ରମଣ କରାଯାଉଥିବା ଘଟଣା ବଢ଼ି ବଢ଼ି ଚାଲିଛି। କିନ୍ତୁ ଏଥର ପ୍ରାକ୍ତନ ମନ୍ତ୍ରୀ ଏବଂ ବିଜେଡ଼ି ଦଳର ବରିଷ୍ଠ ନେତା ରଘୁନନ୍ଦନ ଦାସଙ୍କ ଦ୍ଵାରା ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ମହିଳା ସାମ୍ବାଦିକ ଚିନ୍ମୟୀ ସାହୁ ଏବଂ ତାଙ୍କ କ୍ୟାମେରାମ୍ୟାନ ଉମେଶଙ୍କ ଉପରେ ଆକ୍ରୋଶ ମୂଳକ ଭାବରେ ଆକ୍ରମଣ ଓ କୁକୁର ଛାଡ଼ି ଦେବା ଘଟଣା, ସାମ୍ବାଦିକମାନଙ୍କ ସହିତ ହେଉଥିବା ଆକ୍ରମଣର ସବୁ ସୀମା ଟପି ଯାଇଛି।

ଏହି ଘଟଣାକୁ ସାମ୍ବାଦିକମାନଙ୍କ ସହ ସବୁ ସର୍ବସ୍ତରରେ ନିନ୍ଦା କରାଯାଇଛି। ପ୍ରତିବାଦରେ ଓଡ଼ଶା ୟୁନିୟନ ଅଫ୍ ଜର୍ଣାଲିଷ୍ଟର ନିର୍ଦ୍ଦେଶକ୍ରମେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟ(ଏମୟୁଜେ) ତରଫରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଛି। ଏଥିସହ ପ୍ରାକ୍ତନ ମନ୍ତ୍ରୀ ରଘୁନାଥ ଦାସଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସର ସଭାପତି ଦେବପ୍ରସାଦ ଦାଶଙ୍କ ନେତୃତ୍ୱରେ ୟୁନିୟନର ବିଭିନ୍ନ କର୍ମକର୍ତ୍ତା ଏବଂ ସାମ୍ବାଦିକ ସଦସ୍ୟମାନେ ମାଲକାନଗିରି ଏସପି ନିତେଶ ୱଧବାନୀଙ୍କ ଜରିଆରେ ଓଡ଼ିଶା ଡିଜିଙ୍କ ଉଦ୍ଦେଶ୍ୟରେ ରଘୁନାଥ ଦାସଙ୍କ ବିରୁଦ୍ଧରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛିା ।

 

ସମ୍ବନ୍ଧିତ ଖବର