ଯୁଯୁମୁରା: ଯୁଯୁମୁରା ହାଇସ୍କୁଲ୍ ପଡ଼ିଆରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍କୁ ଗଡ଼ଲୋଇସିଂହର ଜମିଦାର ତଥା ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ସ୍ୱାଧୀନତା ସଂଗ୍ରାମୀ ସହିଦ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଏଥିପାଇଁ ସୋମବାର ସହିଦ ମଧୁ ଗଡ଼ତିଆ ସ୍ମୃତି କମିଟି ପକ୍ଷରୁ ଯୁଯୁମୁରା ବିଡିଓଙ୍କ ଜରିଆରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯୁଯୁମୁରା ଅଞ୍ଚଳର ଗର୍ବ, ଗୌରବ ସ୍ୱାଧୀନତା ସଂଗ୍ରାମୀ ମଧୁ ଗଡ଼ତିଆଙ୍କୁ ଯେପରି ସମ୍ମାନ ମିଳିବା କଥା ତାହା ସରକାର କି ପ୍ରଶାସନ ପକ୍ଷରୁ ମିଳିପାରି ନାହିଁ। ତେଣୁ ନିର୍ମାଣାଧୀନ ହକି ଷ୍ଟାଡିୟମକୁ ତାଙ୍କ ନାମରେ ନାମିତ କରିବାକୁ ସ୍ମୃତି କମିଟି ପକ୍ଷରୁ ଦାବିପତ୍ରରେ ଅନୁରୋଧ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ କମିଟିର ସଭାପତି ସୁରେଶ୍ୱର ପଧାନ, ସଂପାଦକ ରଜନୀକାନ୍ତ ପାଣିଗ୍ରାହୀ, ଆବାହକ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଉପସଭାପତି ରବୀନ୍ଦ୍ର ସାହୁ, ଯୁଯୋମୁରା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ, ପୂର୍ବ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, କଂସର ସରପଞ୍ଚ ଦିବାକର ବେହେରା, ଗଡ଼ଲୋଇସିଂହ ସରପଞ୍ଚ ଖୁଲଣା ବେହେରା, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଅବନୀ କୁମୁରା, ଦିଲ୍ଲୀପ ବେହେରା, ଦିବ୍ୟ କିଶୋର ପ୍ରଧାନ, ସୁଶୀଲ ଶତପଥୀଙ୍କ ସହ ସଭ୍ୟମାନେ ଉପସ୍ଥିତ ଥିଲେ।
ଯୁଯୁମୁରା ହକି ଷ୍ଟାଡିୟମକୁ ସ୍ବାଧୀନତା ସଂଗ୍ରାମୀ ସହିଦ ମଧୁ ଗଡ଼ତିଆଙ୍କ ନାମରେ ନାମିତ କରିବାକୁ ଦାବି
/sambad/media/post_attachments/wp-content/uploads/2022/08/8d070a53-1c5b-4666-a742-10ad1d073723.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)