ପିପିଲି ଟୋଲ୍ ଗେଟରେ ସିପିଆଇ- ଏମଏଲ୍ ପକ୍ଷରୁ ବିକ୍ଷୋଭ, ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ଦାବି

ଚାଷୀ ଆନ୍ଦୋଳନକୁ ବି ସମର୍ଥନ

ପିପିଲି: ପୁରୀ ଜିଲ୍ଲାର ପିପିଲି ଟୋଲ୍ ଗେଟରେ ସମସ୍ତ ଗାଡ଼ିକୁ ଟୋଲ୍ ଟିକସ ମୁକ୍ତ କରିବା ଦାବିରେ ସିପିଆଇ- ଏମଏଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାଛଡ଼ା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ମଧ୍ୟ ଟୋଲ୍ ଗେଟରେ ବିକ୍ଷୋଭ କରିଛନ୍ତି ଶତାଧିକ କର୍ମୀ। ପୂର୍ବାହ୍ନ ୧୦ଟା ବେଳେ ସିପିଆଇ- ଏମଏଲର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ ଓ ସମାଜବାଦୀ ପାର୍ଟିର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନଙ୍କ ସହ ଶତାଧିକ କର୍ମୀ ବିକ୍ଷୋଭ କରିଛନ୍ତି।

ସେମାନେ ଏହି ଟୋଲ୍ ଗେଟକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବା ଲାଗି ଧାରଣା ଦେଇଛନ୍ତି। ଏହାଛଡ଼ା ସେମାନେ ସମସ୍ତ ଗାଡ଼ିକୁ ଟୋଲ୍ ଟିକସ ନ ଦେବାକୁ ପ୍ରବର୍ତ୍ତାଇଛନ୍ତି। ଠିକ୍ ସେହିପରି ମଙ୍ଗୁଳି ଛକ ନିକଟରେ ଥିବା ଟୋଲ୍ ଗେଟରେ ବି ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସମ୍ବନ୍ଧିତ ଖବର