ବୌଦ୍ଧ: ବୌଦ୍ଧ ବ୍ଲକ ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଅବିନାଶ ପାଣ୍ଡିଆଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅଚଳ ହୋଇ ପଡ଼ି ରହିଥିବା ପାନୀୟ ଜଳ ପ୍ରକଳ୍ପ ମରାମତି, ଜଳାଭାବ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ, ସମସ୍ତ ଗ୍ରାମ୍ୟ ରାସ୍ତା କଂକ୍ରିଟକରଣ, ବାଳିକା, କିଶୋରୀ ଓ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ, ସମସ୍ତ ଅଙ୍ଗନୱଡ଼ି କେନ୍ଦ୍ରରେ ରୋଷେଇ ଘର ନିର୍ମାଣ ଆଦି ଅନ୍ତର୍ଭୁକ୍ତ।
ଦାବିପତ୍ର ପ୍ରଦାନ ବେଳେ ମଞ୍ଚର ସଭାପତି ଅକ୍ଷୟ ଗାଈଗୌରିଆ, ଜିଲ୍ଲା ପ୍ରଭାରୀ ଦ୍ବାଦଶ ଜାନୀ, ବ୍ଲକ୍ ସଂଯୋଜକ ନିରଞ୍ଜନ ବିଶି, ଜନସାଥୀ ରାଜେଶ ମଲ୍ଲିକ, ଉପାଧ୍ୟକ୍ଷକ୍ଷ ରଞ୍ଜିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-16.jpg)