ସରକାର ଆଉ ଲୁଚକାଳି ନ ଖେଳି, ପିଲାଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଅନ୍ତୁ: ଏଆଇଏସଏଫ

ଭୁବନେଶ୍ୱର : ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଶ୍ରେଣୀଗୃହରେ କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏଥିସହ ପ୍ରଥମରୁ ୭ମ ଶ୍ରେଣୀର ଶ୍ରେଣୀଗୃହ ଶିକ୍ଷାଦାନ ତୁରନ୍ତ ସୁନିଶ୍ଚିତ କରାଯାଉ। ମହାମାରୀ ବାହାନାରେ ବାରମ୍ୱାର ଶିକ୍ଷାନୁଷ୍ଠାନ ଖୋଲିବା ଓ ବନ୍ଦ କରିବା ନିଷ୍ପତ୍ତି ପିଲାଙ୍କ ମନରେ ନୈରାଶ୍ୟ ସୃଷ୍ଟି କରୁଛି। ୭ ତାରଖରୁ ନିରବଚ୍ଛିନ୍ନ ଭାବରେ ଶ୍ରେଣୀଗୃହ ଶିକ୍ଷାଦାନ ଚାଲୁରହିବା ଆବଶ୍ୟକ।

ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇ ପିଲାଙ୍କୁ ମୁର୍ଖ ହେବା ପାଇଁ ବାଧ୍ୟ କରାଯାଇଛି। ରାଜ୍ୟର ହଜାର ହଜାର ପିଲା ପାଠପଢ଼ା ଛାଡି ଶିଶୁ ଶ୍ରମିକ ପାଲଟିଛନ୍ତି। ବିଶେଷକରି ଆଦିବାସୀ, ଦଳିତ ଓ ଆର୍ଥକ ଅବହେଳିତ ବର୍ଗର ପିଲା ବୌଦ୍ଧିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି କ୍ଷତିର ଭରଣା ପାଇଁ ରାଜ୍ୟ ସରକାର ଛାତ୍ର ସଙ୍ଗଠନ, ଅଭିଭାବକ ଓ ଶିକ୍ଷକ ସଙ୍ଗଠନ ସହ ଆଲୋଚନା କରି ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର