ବୁର୍ଲାରେ ସିକିଲ୍‌ ସେଲ୍‌ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି, କୁଲତା ସମାଜ କଲ୍ୟାଣ ସଂଗଠନ ତରଫରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ବର : ବୁର୍ଲାରେ ସିକିଲ୍‌ ସେଲ୍‌ ରୋଗର ଚିହ୍ନଟ ଓ ନିଦାନ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲିବାକୁ କୁଲତା ସମାଜ କଲ୍ୟାଣ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆଜି ସଂଗଠନର କର୍ମକର୍ତ୍ତାମାନେ ଲୋକସେବା ଭବନରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ‌େବୗଦ୍ଧ ଓ ସୁନ୍ଦରଗଡ଼ ଆଦି ସିକିଲ୍‌ ସେଲ୍‌ ରୋଗ ପ୍ରବଣ ଜିଲ୍ଲାରେ ରୁରାଲ୍‌ ଆଉଟ୍‌ ରିଚ୍ ସେଣ୍ଟର୍‌ ଖୋଲିବା ପାଇଁ ମଧ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

୨୦୧୫ ମସିହାରେ ପ୍ରକାଶିତ ସରକାରୀ ରିପୋର୍ଟ ଅନୁସାରେ ସମଗ୍ର ରାଜ୍ୟରେ ମୋଟ ୫.୩୫ ଲକ୍ଷ ସିକିଲ୍‌ ସେଲ୍‌ ରୋଗୀ ଥିବା ବେଳେ ତାହା ମଧ୍ୟରୁ କେବଳ ପଶ୍ଚିମ ଓଡ଼ିଶାରେ ୫ ଲକ୍ଷ ରୋଗୀ ଅଛନ୍ତି। ଏହି ଭୟଙ୍କର ବ୍ୟାଧିର ଚିକିତ୍ସା ଓ ଗବେଷଣା ପାଇଁ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରର ଆବଶ୍ୟକତା ଥିବା ସମ୍ପର୍କରେ ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ଉପଦେଷ୍ଟା ଦେବରାଜ ପ୍ରଧାନ, ସମ୍ପାଦକ ମହେନ୍ଦ୍ର କୁମାର ବଢ଼େଇ, ସଭାପତି ସୁଶାନ୍ତ କୁମାର ପ୍ରଧାନ, ଉପସଭାପତି ସୁରେନ୍ଦ୍ର ପ୍ରଧାନ, କାର୍ଯ୍ୟନିର୍ବାହୀ ସଦସ୍ୟ ଭ୍ରମରବର ବଢ଼େଇ ଓ ଶିକ୍ଷାବିତ ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର