ଜଗତସିଂହପୁର ଟାଉନ୍/ନାଉଗାଁ/ଗାରୋଇ : ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ ପ୍ରସଙ୍ଗରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପଦଯାତ୍ରା ଭଳି ଜଗତ୍ସିଂହପୁରରେ ପଦଯାତ୍ରା ଆରମ୍ଭ ହୋଇଛି। ଜଗତସିଂହପୁର ଜିଲ୍ଲା ବିକାଶ ମଞ୍ଚ ନେତୃତ୍ଵରେ ଶତାଧିକ ଲୋକ ନାଉଗାଁ ବ୍ଲକ୍ ଊର୍ମି ଲୋଚନ ପାଠାଗାର ନିକଟରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ୧୦୦ କିଲୋମିଟର ବାଟ ଅତିକ୍ରମ କରି ଭୁବନେଶ୍ୱରରେ ପହଞ୍ଚବା ସହିତ ଜିଲ୍ଲାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବେ।
ଘରୋଇ ଓ ସରକାରୀ ଭାଗିଦାରୀରେ ରାଜ୍ୟରେ ୨୦ଟି ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ଜଗତସିଂହପୁର ଜିଲ୍ଲାର ନାଁ ନାହିଁ। ଏହି ଘୋଷଣା ପରଠାରୁ ଜିଲ୍ଳାର ବିଭିନ୍ନ ସଙ୍ଗଠନ, ଓକିଲ ସଂଘ, ବିଭିନ୍ନ ରାଜନୈତିକ ଦଳ ସୁପର ସ୍ପେଶାଲିଟି ହସ୍ପିଟାଲ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଦାବି କରି ଆସୁଛନ୍ତି। ଏହି ଦାବିକୁ ତ୍ୱରାନ୍ଵିତ କରିବା ପାଇଁ ଜିଲ୍ଲାର ଶତାଧିକ ଲୋକ ପଦଯାତ୍ରାରେ ବାହାରିଛନ୍ତି। ଆଜି ସେମାନେ ତିହୁଡ଼ା ମା ଜାଗୁଳାଇଙ୍କ ପୀଠରେ ପଦଯାତ୍ରୀ ରାତ୍ରିଯାପନ କରିଥିଲେ। ଆସନ୍ତାକାଲି ସକାଳ ୭ଟାରୁ ପୁଣିଥରେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/JSP-TWN-100-Km-padajatra-NEWS-05.07-1.jpg)