ଦେଓଗାଁ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଦାବିରେ ଦେଓଗାଁରେ ଗୁରୁବାର ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅପରାଧିକ କାର୍ଯ୍ୟ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୩ ଦିନ ତଳେ ୧୨ ଜଣ ଯୁବକ ମାଉଜର ଏବଂ ଖଣ୍ଡା ଧରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ।
ଏନେଇ ସ୍ଥାନୀୟ ଲୋକେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରିଥିଲେ। ନେଇ ଗୁରୁବାର ବଲାଙ୍ଗୀର ଜିଲ୍ଲାର ଦେଓଗାଁରେ ସଟର ଡାଉନ୍ କରି ଦେଓଗାଁ ବନ୍ଦ ପାଳନ କରିଛନ୍ତି। ଦେଓଗାଁ ସହର ସହ ବଙ୍ଗଳା ଛକରେ ଥିବା ସମସ୍ତ ଦୋକାନ ବଜାରକୁ ବନ୍ଦ କରି ଗାଁ ଲୋକେ ପ୍ରତିବାଦ କରୁଛନ୍ତି।
ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ ସ୍କୁଲ କଲେଜ ଅଫିସ ଖୋଲା ରହିଥିବାବେଳେ ଗାଡିମଟର ଚଳାଚଳ କରୁଛି ବୋଲି ସୂଚନା ମିଳିଛି।
ଇତିମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ୧୨ ଜଣ ଯୁବକଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଖଣ୍ଡା ଏବଂ ବାଇକ ଜବତ ହୋଇଛି। ତେବେ ବନ୍ଧୁକ ଏପର୍ଯ୍ୟନ୍ତ ମିଳି ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ଶେଷଦେବ ମେର୍ଲି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/16/demand-to-identify-bangladeshi-infiltrators-who-created-terror-bandh-observed-in-deogaon-2025-10-16-09-58-00.jpg)