ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଚାଳଘରକୁ ଲାଗି ରହିଥିବା ଏକ ବିଦ୍ୟୁତ୍ ଖୁଣ୍ଟରୁ ବିଭିନ୍ନ ସମୟରେ ନିଆଁ ବାହାରି ବିପଦ ସୃଷ୍ଟି କରୁଛି। ସେହି ବିଦ୍ୟୁତ୍ ଖୁଣ୍ଟଟିକୁ ସେଠାରୁ ହଟାଇ ଦେବାକୁ ସଂଗ୍ରାମୀ ଶ୍ରୀ ସାମଲ ଦାବି କରିଛନ୍ତି। ଦୁଇ ମାସ ପୂର୍ବରୁ ରାତିରେ ଏହି ଖୁଣ୍ଟରେ ଥିବା ତାରରୁ ନିଆଁ ବାହାରି ତାଙ୍କ ଚାଳଘରର କିଛି ଅଂଶ ପୋଡ଼ିଯାଇଥିଲା। ପରିବାର ଲୋକେ ଉଠି ଦେଖିବାରୁ ଏକ ବଡ଼ ବିପଦ ଟଳି ଯାଇଥିଲା।
ଏନେଇ ଶ୍ରୀ ସାମଲ ବିଦ୍ୟୁତ୍ ବିଭାଗ ପାଖରେ ଦାବି କରିବା ପରେ ଖୁଣ୍ଟଟିକୁ ସ୍ଥାନାନ୍ତର ନକରି କେବଳ ସେହି ଖୁଣ୍ଟରୁ ଆଙ୍ଗେଲଟିଏ ପଦାକୁ ବାହାର କରି ଦାୟିତ୍ୱ ସାରି ଦେଇଛନ୍ତି। ତଥାପି ସେହି ଚାଳଘର ପ୍ରତି ବିପଦ ରହିଥିବା ନେଇ ସଂଗ୍ରାମୀ ପରିବାର ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ଘର ନିକଟରୁ ୨୦ ଫୁଟ ଦୂରରେ ଥିବା ଫାଙ୍କା ଜାଗାକୁ ବିଦ୍ୟୁତ୍ ଖୁଣ୍ଟଟିକୁ ଘୁଞ୍ଚାଇବା ନିମନ୍ତେ ସଂଗ୍ରାମୀ ଶ୍ରୀ ସାମଲ ବିଭାଗ ପାଖରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/chandikhol-ff.jpg)