ଭୁବନେଶ୍ବର : କେନ୍ଦୁଝରରେ ଥିବା ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟ କ୍ୟାମ୍ପସକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଉ। ଏହାକୁ ସରକାର ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ବବିଦ୍ୟାଳୟରେ ପରିଣତ କରନ୍ତୁ। ଆଜି ବିଧାନସଭାରେ ବିେଜଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏଭଳି ଦାବି ରଖିଛନ୍ତି। ଶୂନ୍ୟକାଳରେ ଶ୍ରୀ ପାତ୍ର କହିଥିଲେ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଠାରୁ େକନ୍ଦୁଝରର ଶେଷର ଦୂରତା ୨୦୦ କିେଲାମିଟରରୁ ଅଧିକ େହବ। ଭଦ୍ରକ-ବାଲେଶ୍ବର ୬୦ କିେଲାମିଟର ଦୂରତା ପାଇଁ ସେଠାରେ ଫକୀର େମାହନ ବିଶ୍ବବିଦ୍ୟାଳୟ କରାଗଲା। ହେଲେ ଏଠାରେ େଯଉଁ କ୍ୟାମ୍ପସ ରହିଛି,ତାହା ସ୍ଥିତି ଦୟନୀୟ। ଏହି କ୍ୟାମ୍ପସରେ ୫ ଟି ବିଷୟରେ ପିଜି ରହିଛି। େମାଟ ୧୭ଟି ଅନୁେମାଦିତ ଅଧ୍ୟାପକ ପଦବି ମଧ୍ୟରୁ ୫ଜଣ ଅଛନ୍ତି। ୧୪ ଏକର ୫୦ ଡେସିମିଲ ପରିମିତ ଏହି କ୍ୟାମ୍ପସ ୫ମହଲା ବିଶିଷ୍ଟ। ସରକାର ଡିଏମ୍ଏଫରେ ଏହାର ବିକାଶ କରି ପୂର୍ଣ୍ଣାଙ୍ଗ ବିଶ୍ବବିଦ୍ୟାଳୟ କରିବାକୁ ଶ୍ରୀ ପାତ୍ର ଦାବି କରିଥିଲେ।