ଓମ୍‌ଫେଡ୍‌ର ଭିଜିଲାନ୍ସ ତଦନ୍ତ ହେଉ: ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ

ଭୁବନେଶ୍ୱର : କେନ୍ଦ୍ରପଡ଼ା ଓମ୍‌ଫେଡ୍‌ରେ ୨୭ ଲକ୍ଷ ଟଙ୍କାର ଘୋଟାଲା ପଦାକୁ ଆସିଛି। ବଡ଼ବଡ଼ିଆ ଫସି ଯିବା ଭୟରେ ଜଣେ ଠିକା କର୍ମଚାରୀଙ୍କୁ ନିଲମ୍ବନ କରି କର୍ତ୍ତୃପକ୍ଷ ବସି ଯାଇଛନ୍ତି। କେବଳ କେନ୍ଦ୍ରପଡ଼ା ନୁହେଁ ବରଂ ସମଗ୍ର ଓଡ଼ିଶାର ଓମ୍‌ଫେଡ୍‌ ସଂସ୍ଥା ଭିଜିଲାନ୍ସ ତଦନ୍ତ ହେଲେ ଓମ୍‌ଫେଡ୍‌ରେ ଚାଲିଥିବା କେଳେଙ୍କାରୀ ପଦାକୁ ଆସନ୍ତା। ଏହା ଦ୍ବାରା ରାଜ୍ୟର ଓମ୍‌ଫେଡ୍‌ ସହ ଅନୁବନ୍ଧିତ ପ୍ରାୟ ୩ ଲକ୍ଷ ଚାଷୀ ଏହା ଦ୍ବାରା ଉପକୃତ ହୋଇପାରନ୍ତେ ବୋଲି କହିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ। ଏ ନେଇ ମହାସଂଘର ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ନେଇ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର