ବେହେରେନସିଲେଟ ମଦଭାଟି ବନ୍ଦ ଦାବି, ତହସିଲ ଅଫିସ ଆଗରେ ଆମରଣ ଅନଶନ

କଣ୍ଟାବାଞ୍ଜି : ବେହେରେନସିଲେଟ ଗାଁରେ ଥିବା ଦେଶୀ ମଦଭାଟି ବେଆଇନ ଭାବ‌େ ଚାଲିଥିବା ଅଭିଯୋଗ କରି କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ବୁଧବାର ସକାଳୁ ଗାଁର ଆମ୍ବେଦକର ଯୁବକ ସଂଘ ସଭାପତି ରୋହନ ମହତଙ୍କ ସହ ସଂଘର ସଦସ୍ୟ ଏବଂ ଗ୍ରାମବାସୀ କଣ୍ଟାବାଞ୍ଜି ତହସିଲ ଅଫିସ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ସଂଘର ଅଭିଯୋଗ ଅନୁସାରେ, ଏହି ମଦଭାଟି ବେଆଇନ ଭାବେ ଚାଲିଥିବା ସଂପର୍କରେ କଣ୍ଟାବାଞ୍ଜି ଅବକାରୀ ବିଭାଗକୁ ପୂର୍ବରୁ ଅବଗତ କରାଯାଇଥିଲା। ୨୪.୧୨.୨୦୨୦ ଓ ୪.୧.୨୦୨୧ରେ ଦୁଇଥର ଏନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ଦିଆଯାଇଥିଲା। ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଥିଲା। ତଥାପି ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନଥିଲା। ଶେଷରେ ସଂଘର ସଦସ୍ୟ ଏବଂ ଗ୍ରାମବାସୀ ଅନଶନ କରିଥିବା ପ୍ରକାଶ କରିଛନ୍ତି। ଏହି ଅନଶନ ସମୟରେ ପିଙ୍କି ଖର୍ସେଲ, ଧନମତୀ ମହତ, ପୁଷ୍ପାଞ୍ଜଳି ନାଗ, ଅଲେଖ ଧରୁଆ, ମନୋଜ ତାଣ୍ଡି, ଶ୍ୟାମସୁନ୍ଦର ମାଝୀ, ପ୍ରମୋଦ ମହତ, ବସୁଦେବ ନାଗ, ସୁବଳ ମାଝୀ, ମୋହନ ସୁନା, ପବିତ୍ର ପୁଟେଲ, ଭୁବନ ସଗରିଆ, ବଇଚନ ନାଏକ, ପ୍ରଦୀପ ମାଝୀ, ମନୋଜ ପୁଟେଲ, ଧୁବଲେ ନାଏକ ପ୍ରମୁଖ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର