ଭୁବନେଶ୍ବର : କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ଓ ନିଯୁକ୍ତି ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସଂଘର ଦାବିକୁ ସରକାର ବାରମ୍ବାର ପ୍ରତ୍ୟାଖାନ କରିବା ହେତୁ ଆସନ୍ତା ୯ତାରିଖ ଠାରୁ ଆମରଣ ଅନଶନ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।
ସଂଘର ସଭାପତି ଜୀବନବନ୍ଧୁ ଭୋଇଙ୍କ କହିବା କଥା ସରକାର ପ୍ରତିବର୍ଷ ପ୍ରବେଶିକା ପରୀକ୍ଷା କରାଇ ହଜାର ହଜାର ପ୍ରଶିକ୍ଷାର୍ଥୀ ସୃଷ୍ଟି କରୁଛନ୍ତି। ମାତ୍ର ୨୦୧୬ରୁ ୨୦୨୧ ମସିହା ୫ବର୍ଷ ଧରି ପ୍ରାଥମିକ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିପାରି ନାହାନ୍ତି। ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ଦାବିରେ ବାରମ୍ବାର ଗଣଧାରଣା, ବିକ୍ଷୋଭ ଓ ବିଧାନସଭା ଘେରାଉ କରିବା ସତ୍ତ୍ବେ ସରକାର ଶୁଣୁନାହାନ୍ତି। ଫଳରେ ବାଧ୍ୟ ହୋଇ ଆସନ୍ତା ମଙ୍ଗଳବାରଠାରୁ ଆମେ ଆମରଣ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛୁ।