ଇପିଏଫ୍‌ ପେନସନ ବୃଦ୍ଧି ଦାବି

ନୂଆଦିଲ୍ଲୀ : ଇପିଏଫ୍‌ ପେନସନ୍‌ ବୃଦ୍ଧି ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନିକଟରେ ଦାବି ହୋଇଛି। ଇପିଏଫ୍‌ ପେନସନଭୋଗୀଙ୍କ ରାଷ୍ଟ୍ରୀୟ ସମନ୍ବୟ ସମିତିର ଏକ ପ୍ରତିନିଧିମଣ୍ଡଳ ମନ୍ତ୍ରୀ ଶ୍ରୀ ଯାଦବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଯୋଜନା ଅନ୍ତର୍ଭୁକ୍ତ ୨୭ ଲକ୍ଷ ପେନସନ୍‌ଭୋଗୀଙ୍କୁ ୨୦୧୪ ମସିହାରୁ ବିନା ମହଙ୍ଗା ଭତ୍ତାରେ ସର୍ବନିମ୍ନ ଏକ ହଜାର ଟଙ୍କା ମିଳୁଛି। ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଲାଗି ସମିତି ଦାବି କରିଛି। ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ସହ ରାଷ୍ଟ୍ରୀୟ ସମନ୍ବୟ ସମିତିର ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶା ଇପିଏଫ୍‌ ପେନସନ୍‌ ସଂଘର ରାଜ୍ୟ ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର