ଭୁବନେଶ୍ୱର: ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢ଼ଉ ଜାରି ରହିଥିବାବେଳେ ବ୍ୟାପକ ପରିମାଣର କଳା ଟଙ୍କା ଜବତ ହୋଇଛି। ଏପଟେ ଏହାକୁ ନେଇ ନେଇ ରାଜ୍ୟ ରାଜନୀତି ସରଗରମ ହେଲାଣି। ରାଜ୍ୟରେ ମଦ ବ୍ୟବସାୟୀ ଶହ ଶହ କୋଟିର କଳା ଟଙ୍କା ମହଜୁଦ୍ ରଖୁଥିବାବେଳେ ପୁଲିସ, ଗୁଇନ୍ଦା, ଇଓଡବ୍ଲ୍ୟୁ, ଅବକାରୀ ବିଭାଗ କିଭଳି ଟେର୍ ପାଇଲେନି ସେନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି। ଜବତ କଳା ଟଙ୍କାର ପ୍ରକୃତ ଉତ୍ସ ଓ ମଦ ବ୍ୟବସାୟୀମ‌ାନେ ଏତେ ଟଙ୍କା କାହିଁକି ଠୁଳ କରିଥିଲେ, ଏସବୁର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପି ଘଟଣାର ସିବିଆଇ ତଦନ୍ତ ଏବଂ କଂଗ୍ରେସ ଏହି ଘଟଣାକୁ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ତଦନ୍ତ କରିବାକୁ ଦାବି କରିଛି।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ରାଜ୍ୟରେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି। ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ। ଏହି ଘଟଣାରେ ସରକାର ଏଯାଏ ନିରବ ଅଛନ୍ତି। ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ଏବଂ ତାଙ୍କ ଠାରେ ଗଚ୍ଛିତ କଳାଟଙ୍କାକୁ ସୁରକ୍ଷା ଦିଆଯାଇନାହିଁ ତ? ରାଜ୍ୟ ସରକାର ଅନୈତିକ ଭାବେ ଗଚ୍ଛିତ କଳାଟଙ୍କା ବିଷୟରେ ଜାଣିପାରିଲେ ନାହିଁ କିପରି? ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଶାସକ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଖବର ଆସିଛି। ଫଟୋ ମଧ୍ୟ ପ୍ରକାଶ ପାଇଛି। ଏସବୁ ତଦନ୍ତ ସାପେକ୍ଷ। ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ।

ଏହାସହ ଶ୍ରୀ ସାମଲ କହିଛନ୍ତି ଯେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଓ.ଏସ୍‌ (ଆଉଟ ‌ଷ୍ଟିଲ୍‌) ସପ୍ ରି-ଅକ୍ସନ କିମ୍ବା ରି-ଟେଣ୍ଡର କାହିଁକି ହେଉନାହିଁ? ଓ.ଏସ୍‌ ସପ୍ (ଡେସ୍କ) କାହିଁକି ଯାଞ୍ଚ କରାଯାଉ ନାହିଁ? ଓ.ଏସ୍‌ ସପ୍‌ଗୁଡ଼ିକ କେତେ ପରିମାଣରେ ବେଆଇନ ମଦ ତିଆରି କରି ବିକ୍ରି କରୁଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ଅଛି ତ? ଏହି କଳାଟଙ୍କା କାହାର? ଏତେ ଟଙ୍କା କେଉଁଠୁ ଆସିଲା? ଓଡ଼ିଶାରେ ଗୋଟିଏ ଜାଗାରେ କାହିଁକି ଠୁଳ ହେଲା? ବାର୍ଷିକ ୧୨୦କୋଟି ଟଙ୍କାର ବ୍ୟବସାୟର କରୁଥିବା ‘ସାହୁ ବ୍ରଦର୍ସ ଆଣ୍ଡ କୋ’ଙ୍କ ନିକଟରୁ ଏତେ ଟଙ୍କା ଆସିଲା କେଉଁଠୁ? ଜବତ ହୋଇଥିବା ଏହି କଳା ଟଙ୍କା ‘ସାହୁ ବ୍ରଦର୍ସ ଆଣ୍ଡ କୋ’ର ନିଜସ୍ୱ ନାଁ ଆଉ କାହାର କଳା ଟଙ୍କା ଏଥିରେ ଅଛି? ଝାଡ଼ଖଣ୍ଡର ନେତା ଓ ବ୍ୟବସାୟୀ ଓଡ଼ିଶାରେ ଏତେ ଟଙ୍କା ଜମା ରଖିଲେ କାହିଁକି? ଏସବୁର ଉତ୍ତର ଆସିବା ଦରକାର।

ସେହିପରି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ, ଦେବରାଜ ସାହୁ, ବଳଦେବ ସାହୁ ଆଣ୍ଡ ସନ୍ସ, କାମେଶ୍ୱର ତିୱାରୀ, ରାଜକିଶୋର ଜୟସ୍ବାଲ ଓ ଅନ୍ୟମାନଙ୍କ ମଦ କାରଖାନା ଉପରେ ଆୟକର ଚଢ଼ଉ ଜାରି ରହିଛି। ମଦ ବ୍ୟବସାୟୀମାନେ କେଇଟା ଦିନରେ ଶହ ଶହ କୋଟି ଟଙ୍କା ନିଜ ଘରେ ସମେତ କାର୍ଯ୍ୟାଳୟରେ ଠୁଳ କଲେ ଅଥଚ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ପୁଲିସ କି ଗୁଇନ୍ଦା ବିଭାଗ ସମେତ କେନ୍ଦ୍ର ସରକାରଙ୍କ ଆୟକର, ରାଜ୍ୟ ଗୁଇନ୍ଦା ବିଭାଗ, ପ୍ରବର୍ତ୍ତର ଚାଲିଛି। ଏହି ଟଙ୍କା ଗୁଡ଼ିନ ନିର୍ଦ୍ଦେଶାଳୟ କିପରି ଟେର୍‌ ପାଇଲେନି କେମିତି? କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୁଝାମଣା ଭିତ୍ତିରେ ମଦ ବ୍ୟବସାୟୀଙ୍କ ଜରିଆରେ ନିର୍ବାଚନ ଚାଲିଥିବା ରାଜ୍ୟଗୁଡ଼ିକୁ ଟଙ୍କା ପଠାଇବା ପାଇଁ କୌଣସି ରାଜନୈତିକ ଦଳ ରଖିଥିଲା କି?