ଭୁବନେଶ୍ୱର : ପୁରୀ ବାସେଳିସାହିରେ କେ. ରମେଶ ଓ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ତାରିକ ସଲିମ ହାଜତ ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ବରରେ ଏକ ଗଣପ୍ରତିବାଦ କରାଯାଇଛି। ଉଭୟ ଘଟଣାରେ ପୁଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ତେଣୁ ଘଟଣା ପାଇଁ ଦାୟୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି। ଏହା ସହ ଉଭୟଙ୍କ ପରିବାରକୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରତିବାଦରେ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଜନମଞ୍ଚ, ଆମେ ଭାରତବାସୀ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଇନସାଫ୍, ଲୋକଶକ୍ତି ଅଭିଯାନ, ଫରଵାର୍ଡ ବ୍ଲକ୍ ପ୍ରମୁଖ ଯୋଗ ଦେଇଥିଲେ।
ଦାୟୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଦାବି
/sambad/media/post_attachments/wp-content/uploads/2020/06/beat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)