କଟକ : ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁୁଙ୍କ ନାମରେ ଥିବା ମାମଲାଗୁଡିକର ସିବିଆଇ ତଦନ୍ତ ପାଇଁ ଦାୟର ଆବେଦନରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ମାମଲାରେ ପକ୍ଷଭୁକ୍ତ ହୋଇଥିବା ରାଜ୍ୟ ଗୃହ ବିଭାଗ ସଚିବ, ବ୍ରହ୍ମପୁର ଏସପି, ବ୍ରହ୍ମପୁର ସଦର ଥାନା ଅଧିକାରୀ ଓ ଗୋଳାନ୍ଥରା ଥାନା ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ପୂର୍ବତନ ମେୟରଙ୍କ ନାମରେ ୪୬ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ ମିଥ୍ୟା ମାମଲା ରୁଜୁ କରିଛି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଥିବା ଅଭିଯୋଗ/ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଗଲେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ଦର୍ଶାଇ ଶ୍ରୀ ଦାଶଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଥି ସହିତ ଶ୍ରୀ ଦାସଙ୍କ ବାପା ଖଲି ଦାଶ ଓରଫ ରାମକୃଷ୍ଣ ଦାଶ ଅନୁରୂପ ଭାବେ ସିବିଆଇ ଦ୍ୱାରା ମାମଲାଗୁଡିକର ତଦନ୍ତ ପାଇଁ ପ୍ରାର୍ଥନା କରି ଆଉ ଏକ ମାମଲା ରୁଜୁ କରିଥିଲେ। ଆଜି ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଜୟ ରଥ, ଅଦ୍ୱୈତ କୁମାର ଶତପଥୀ, ଗାୟତ୍ରୀ ପାତ୍ର ତାଙ୍କୁ ସହାୟତା କରୁଛନ୍ତି।
ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବିରୋଧରେ ମାମଲାର ସିବିଆଇ ତଦନ୍ତ ଦାବି
ସିବିଆଇ ସମେତ ୪ ପକ୍ଷଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2018/01/Odisha-HC-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)