ନୂଆପଡ଼ା : ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ, ରାଜସ୍ୱ ଅମଲାଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବୁଧବାର ଦାବିପତ୍ର ପ୍ରଦାନ କରାଯାଇଛି। ନୂଆପଡ଼ା ଅମଲା ସଂଘ ପକ୍ଷରୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶା ରାଜସ୍ୱ ଅମଲା ସଂଘ, ଜିଲ୍ଲା ଶାଖା, ନୂଆପଡ଼ା ତରଫରୁ ପ୍ରଦାନ କରାଯାଇଛି।
ପ୍ରକାଶଥାଉକି କରୋନା ମୁକାବିଲା ସମୟରେ ରାଜସ୍ୱ ଅମଲାମାନେ ବିଭିନ୍ନ ରେଳଷ୍ଟେସନ, ବସ୍ଷ୍ଟାଣ୍ଡରେ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜୀକୃତ କରୁଥିଲେ। ଜିଲ୍ଲା କୋଭିଡ୍ କେୟାର ସେଣ୍ଟରର କଣ୍ଟ୍ରୋଲ ରୁମ୍ରେ ନିରବଚ୍ଛିନ୍ନ କାର୍ଯ୍ୟ କରିଥିଲେ। ବହୁତ ରାଜସ୍ୱ ଅମଲା କରୋନାରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ, ଜିଲ୍ଲା ଶାଖା ଉପଦେଷ୍ଟା, ଦିଲ୍ଲୀପ ପାତ୍ର, ସଭାପତି ସୁରଜିତ ସିଂହ ମହାରଥା, ସମ୍ପାଦକ ମନୋଜ ମହାରଣା, ସମ୍ପାଦକ (ସଙ୍ଗଠକ) ମଦନସୁନ୍ଦର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନା ଶବର, ଗୋଦାବରୀ ଦାସ, ସଞ୍ଚିତା ସାହୁ, ପ୍ରିୟଦର୍ଶିନୀ ସାହୁ, ନରେନ୍ଦ୍ର ଚନ୍ଦ୍ରକାର, ଧର୍ମରାଜ ନାଏକ, ରାଜ କିଷନ ଦୋରା, ଅଭିଷେକ ଚୌହାନ, ତ୍ରିଲୋଚନ ପୋମାର, ଜିତେନ୍ଦ୍ର ନାଏକ, ସୁମନ୍ତ ଭୋଇ, ବସନ୍ତ ସାହୁ, ଅନିଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।