ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ପଦବୀରେ ସ୍ଥାନୀୟ ନିଯୁକ୍ତି ଦାବିକୁ ନେଇ ସ୍ୱର ଉଠିଲା

ଜୟପୁର : ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ବାହାରିଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣର ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଏହାକୁ ବିରୋଧ କରି ଜୟପୁରର ଯୁବ ଗୋଷ୍ଠୀ ଜିଲ୍ଲାଶିକ୍ଷାଅଧିକାରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ବିଇଓଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ଏବିଇଓ ଗ୍ରହଣ କରିଥିଲେ।

କୋରାପୁଟ ଜିଲ୍ଲା ୫ମ ଅଧିସୂଚିତ ଜିଲ୍ଲାରେ ଅର୍ନ୍ତଭୁକ୍ତ ଏବଂ ଅନୁନ୍ନତ। ଏଠାରେ କଳ କାରଖାନା ନଥିବା ବେଳେ ଏଠାକାର ଶିକ୍ଷିତ ବେକାର ଯୁବକ ଓଯୁବତୀ ମାନେ ମୁଖ୍ୟତଃ ସରକାରୀ କର୍ମସଂସ୍ଥାନ ଉପରେ ହିଁ ନିର୍ଭର। ଏହି ସ୍ଥିତିରେ ଅନ୍ୟ ଜିଲ୍ଲା ପିଲା ଏହି ଚାକିରୀ ପାଇଲେ କୋରାପୁଟ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନେ କର୍ମସଂସ୍ଥାନ ହରାଇବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଅନ୍ୟ ଜିଲ୍ଲାର ପିଲାଙ୍କୁ ମେରିଟ୍ ଲିଷ୍ଟରେ ବାଦ୍ ଦିଆଯାଉ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜିଲ୍ଲାର ପିଲା ମାନଙ୍କୁ ଅନ୍ୟାୟ କରାଗଲେ ଜିଲ୍ଲାବାସୀ ଆଉ ଚୁପ ହୋଇ ରିହିବେ ନି ବୋଲି ଏହି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ସେଭଳି ହେଲେ ଅନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରାଯିବ ଏବଂ ଏଥି ପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଉଲ୍ଲେଖ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ରାଜେଶ ତ୍ରିପାଠୀ, ରବିନ୍ଦ୍ର କୁମାର ମହାପାତ୍ର, ଗଙ୍ଗାଧର ସାହୁଙ୍କ ସମେତ ଅନ୍ୟାମାନେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର