ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଅର୍ନ୍ତଗତ ଉପରଦୁଣ୍ଡା ଓ ତଳଦୁଣ୍ଡାକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରି ଥକିଗଲେ। କିନ୍ତୁ ରାସ୍ତା ନିର୍ମାଣ ହେଲାନାହିଁ। ତେଣୁ ଭୋଟ୍‌ ବର୍ଜନ କରିବେ ବୋଲି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

Advertisment

ଜୁନାଗଡ଼ ବ୍ଲକ୍‌ ଦୁନ୍ଦେଲମାଲ ପଞ୍ଚାୟତରେ ଉପରଦୁଣ୍ଡା ଓ ତଲଦୁଣ୍ଡା ଗ୍ରାମ ଅବସ୍ଥିତ। ଗ୍ରାମର ଜନସଂଖ୍ୟା ହଜାରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫୫୬ ଜଣ ଭୋଟର। ଯାତାୟାତ ନିମନ୍ତେ ଗ୍ରାମକୁ ରାସ୍ତାଟିଏ ନାହିଁ। ବର୍ଷା ଦିନେ ନାନା ଅସୁବିଧା ଭୋଗିଥାନ୍ତି। ପିଡିଏସ୍‌ ଚାଉଳ ଆଣିବା ପାଇଁ ଦୁନ୍ଦେଲମାଲ ପଞ୍ଚାୟତକୁ ପ୍ରାୟ ୨୦ କିମି ଯାଇଥାନ୍ତି। ବୁଢ଼ୀଦରୋଠାରୁ ଭୋଲିଆଘାଟି ଦେଇ ଉପରଦୁଣ୍ଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ଗ୍ରାମବାସୀ ଭୋଟ୍‌ ବର୍ଜନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।