କୋଟିଆରେ ପଞ୍ଚାୟତ ନିର୍ବାଚନ ରବ୍ଦ କରିବାକୁ ଦାବି

ଭୁବନେଶ୍ବର : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ସ୍ଥିତ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ବେଆଇନ୍ ନିର୍ବାଚନକୁ ରବ୍ଦ କରିବା ପାଇଁ ଉତ୍କଳ ସମ୍ମିଳନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିସନର୍‌ଙ୍କୁ ପତ୍ର ଲେଖିଛି। ସମ୍ମିଳନୀର ରାଜ୍ୟ ସଭାପତି ଅଦ୍ବୈତ କୁମାର ପାତ୍ର ଓ ସାଧାରଣ ସଂପାଦକ ଅନନ୍ତ ପ୍ରସାଦ ଜେନା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି, ଯୁଗ୍ମ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ନିର୍ବାଚନ କମିସନର୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଉପନିର୍ବାଚନ କମିସନର ରବି ନାରାୟଣ ସାହୁଙ୍କୁ ସାକ୍ଷାତ କରି ନିର୍ବାଚନ ରଦ୍ଦ କରିବାକୁ ଦାବି କରିଛନ୍ତି। ଶ୍ରୀ ପାଢ଼ୀ ଆନ୍ଧ୍ରପ୍ରଦେଶ କମିସନର୍‌ଙ୍କୁ ଚିଠି ଲେଖି ପ୍ରତିବାଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବେଆଇନ୍ ଭାବେ ଆନ୍ଧ୍ର ଆମ ସୀମା ଭିତରେ ପଶି ନିର୍ବାଚନ କରିବା ଅସାମ୍ବିଧାନିକ ତଥା ୨୦୧୯ରେ ଦୁଇ ରାଜ୍ୟର ରାଜ୍ୟପାଳଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିରୋଧ ମଧ୍ୟ କରୁଛି। ଏହା ଉପରେ କଠୋର ପଦକ୍ଷେପ ନେବାକୁ ଶ୍ରୀ ପାତ୍ର ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର