ବାତ୍ୟା ପାଇଁ +୨ କେମିଷ୍ଟ୍ରି ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ବର : ଆସନ୍ତା ୧୦ତାରିଖ ସଂଧ୍ୟାରୁ ୧୧ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବାତ୍ୟା ‘ଅସାନି’ର ପ୍ରଭାବରେ ବର୍ଷା ପବନ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ୧୧ତାରିଖରେ କିପରି +୨ ବିଜ୍ଞାନର ଛାତ୍ରଛାତ୍ରୀ କେମିଷ୍ଟ୍ରି ପରୀକ୍ଷା ଦେବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅଭିଭାବକମାନେ କହିଛନ୍ତି ଯେ, ୧୧ତାରିଖରେ ପ୍ରବଳ ବର୍ଷା, ପବନ ହେଲେ ପିଲାମାନେ ସକାଳୁ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ? ଯଦି ବାତ୍ୟା ସମୟରେ ପିଲା ଘରୁ ବାହାରିବେ ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି। ତେଣୁ ଏହାକୁ ନଜରରେ ରଖି ୧୧ତାରିଖରେ ହେବାକୁ ଥିବା ପରୀକ୍ଷା ଅନ୍ୟ ଏକ ଦିନକୁ ଘୁଞ୍ଚାଇବାକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର