ସଚିବାଳୟ ବ୍ୟକ୍ତିଗତ ସଚିବ ଓ ସହାୟକ ସଂଘ ନିର୍ବାଚନ

ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ସ୍ବାଭାବିକ କରିବାକୁ ଦାବି

ଭୁବନେଶ୍ବର : ରାଜ୍ୟ ସଚିବାଳୟ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସହାୟକ ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼େଶା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ନିର୍ବାଚନରେ ସତ୍ୟବାଦୀ ବଳିଆରସିଂହଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି। ଅନ୍ୟ କର୍ମକର୍ତ୍ତାମାନେ ହେଲେ ଉପସଭାପତି ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ବିଘ୍ନରାଜ ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ନିରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବରାଳ ଓ ସମୀକ୍ଷକ ‌ସୌମ୍ୟରଞ୍ଜନ ଦାଶ। କାର୍ଯ୍ୟନିବର୍ବାହୀ ପରିଷଦର ସଦସ୍ୟମାନେ ହେଲେ ଏସ୍‌ କେ ସାଲିମୁଦ୍ଦିନ, ଦେବୀ ପ୍ରସାଦ ଖୁଣ୍ଟିଆ, ପ୍ରବୀର କୁମାର ବେହେରା, ଦିଗମ୍ବର ବିଶ୍ବାଳ, ଜ୍ୟୋତିରଞ୍ଜନ ସେଠୀ, ବିଜୟ କୁମାର ତ୍ରିପାଠୀ, ରବୀନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ସାହୁ,‌ ଅର୍ଜୁନ ଚରଣ ସେଠୀ ଓ ଅସୀମା ସାହୁ। ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ।

ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ସ୍ବାଭାବିକ କରିବାକୁ ଦାବି
ଭୁବ‌େନଶ୍ବର : ରାଜଧାନୀରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନ ଓ ବିଧାନସଭାକୁ ସ୍ବାଭାବିକ ଭାବେ ପ୍ରବେଶ ଅନୁମତି ଦେବାକୁ ଓଡ଼ିଶା କାର୍ଯ୍ୟରତ ଗଣମାଧ୍ୟମ ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କରୋନା ପାଇଁ ସାମ୍ବାଦିକମାନଙ୍କୁ ଲୋକସେବା ଭବନରେ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଏହା ଦ୍ବାରା ସେମାନେ ନିଜ ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରିବାକୁ ସମସ୍ୟା ଭୋଗୁଛନ୍ତି। ସେହିପରି ବିଧାନସଭାରେ ସାମ୍ବାଦିକମାନେ ପୂର୍ବରୁ ଯେପରି ପ୍ରେସ୍ ଗ୍ୟାଲେରିରେ ବସୁଥିଲେ, ଆଗାମୀ ଅଧିବେଶନ ଠାରୁ ସେମିତି ଅନୁମତି ଦିଆଯାଉଛି। ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟ କରିବାରେ ଯେପରି କୌଣସି ସମସ୍ୟା ନ ଭୋଗନ୍ତି, ସେ ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର