ଜୟପୁର: ବୋରିଗୁମ୍ମା ବ୍ଲକର ନନ୍ଦର୍ଲା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୈନେକ ବ୍ୟକ୍ତି କୁକୁଡା ମାଂସ ଓ ମଦ ଦୋକାନ କରିଥିବାରୁ ଏହାକୁ ହଟାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଆଜି ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଗାଁରୁ ତୁରନ୍ତ ଏହି ଦୋକାନକୁ ହଟାଇବାକୁ ଦାବିକରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗଶୁଣାଣୀ ବାତିଲ୍ ହୋଇଥିବାରୁ ଏମାନେ ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଭେଟି ଦାବି ଜଣାଇଥିଲେ। ସ୍କୁଲ ପରିସରରେ ଉକ୍ତ ବ୍ୟକ୍ତି ଜଣକ ସ୍କୁଲର ଜମିକୁ ଜବରଦଖଲ କରି ସେଠାରେ ଘର ନିର୍ମାଣ କରି ଦୋକାନ କରିବା ସହ କୁକୁଡା ମାଂସ, ମଦ ଦୋକାନ କରିବା ସହ ପାନ , ଗୁଟୁଖା ବି ବିକ୍ରୀ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଗତ ୬ମାସ ହେବ ଗ୍ରାମବାସୀ ମାନେ ଜିଲ୍ଲାପାଳ , ଉପଜିଲ୍ଲାପାଳ, ମନ୍ତ୍ରୀ ଆଦିଙ୍କ ନିକଟରେ ଅଭିଯୋଗ କରିବା ପରେ ବି କିଛି ଫଳ ମିଳି ନଥିବା କହିଛନ୍ତି। ତେବେ ଶେଷଥର ପାଇଁ ଆଉଥରେ ଅଭିଯୋଗ କରିବାକୁ ଆସିଥିଲେ ଗ୍ରାମବାସୀ । ପ୍ରଶାସନ କିଛି ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଆଇନକୁ ହାତକୁ ନେବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍କୁଲ ପରିସରରୁ ମଦ ଦୋକାନ ହଟାଇବା ପାଇଁ ଅବକାରୀ ଆଇଆଇସି ଓ ବୋରିଗୁମ୍ମା ସବଇନିସପେକ୍ଟରଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଏହା ସହ ସ୍କୁଲ ଜମିରୁ ଜବରଦଖଲମୁକ୍ତ କରାଯିବ ବୋଲି ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ବୁଝାଇ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14-13.jpg)