ମଦ ବିକ୍ରି ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଳଣ୍ଡା ପଞ୍ଚାୟତ ମୁଖ୍ୟାଳୟରେ ମଦ ବିକ୍ରି ବନ୍ଦ କରିବାକୁ ଦାବି ହୋଇଛି। ଏନେଇ ସୋମବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୁବନେତା ଯୁବରାଜ ବାଗଙ୍କ ନେତୃତ୍ବରେ ସିନ୍ଧେକେଲା ଥାନାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଳଣ୍ଡା ଗ୍ରାମରେ ୮ଜଣ କୁଚିଆ ମଦ ବିକ୍ରି କରୁଥିବା ବେଳେ ଦୁଇଦିନ ତଳେ ଅଭିଯୋଗ ପାଇ ସିନ୍ଧେକେଲା ପୁଲିସ ପେଟ୍ରୋଲିଂ କରିବା ସହ କୁଚିଆ ଦୋକାନୀମାନଙ୍କୁ ତାଗିଦ କରିଥିଲା। ତଥାପି ମଦ ବିକ୍ରି ବନ୍ଦ ନହେବାରୁ ସୋମବାର ପୁଣିଥରେ ଗ୍ରାମବାସୀ ଥାନାକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ଥାନାଧିକାରୀ ପଞ୍ଚାନନ ନାଏକ କହିଲେ, ପୁଲିସ ପ୍ରଶାସନ ଚେଷ୍ଟା କରୁଛି। କିନ୍ତୁ ଏହା ଅବକାରୀ ବିଭାଗର କାମ। ତେଣୁ ଅବକାରୀ ବିଭାଗ ମଧ୍ୟ ଚଢ଼ଉ କଲେ ଏହା ବନ୍ଦ ହୋଇପାରିବ ବୋଲି ସେ କହିଥିଲେ।

ବିଭିନ୍ନ ଏସ୍‌ଏଚ୍‌ଜିର ମହିଳାମାନଙ୍କ ମଧ୍ୟରେ ବାସନ୍ତି ନାଏକ, ବାସନ୍ତି ଛୁରା, ଲବଣୀଲତା ଦାସ, ମିଥିଳା ରଣା, ସନ୍ତରା ବଗର୍ତ୍ତୀ, ରମାଦେଇ ଯୁଗ୍ନିଆ, ସୁବ୍ରତ ସାହୁ, ମଦନ ରଣା, ପ୍ରକାଶ ରଣା, ଧର୍ମୁରାଜ ମାଝୀ, ଦୁର୍ଯ୍ୟୋଧନ ଯୁଗ୍ନିଆ, ନବୀନ ରଣା, ବନବାସ ଯୁଗ୍ନିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର