ପୁଣି ଜଣେ ସଂକ୍ରମିତଙ୍କର ମୃତ୍ୟୁ, କରୋନାଜନିତ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତିଜଣଙ୍କ ଗଞ୍ଜାମ ଜିଲ୍ଲାର ୬୮ ବର୍ଷିୟ ପୁରୁଷ ବୋଲି ଜଣାଯାଇଛି। ମୃତକ ହାଇପରଟେନସନ୍ ଓ ମଧୁମେହ ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହାଛଡ଼ା ଏଯାବତ୍ ରାଜ୍ୟରେ ୧୮ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ୪ଜଣ, କଟକ ଜିଲ୍ଲାର ୩ଜଣ ଓ ବରଗଡ଼ ଜିଲ୍ଲାର ଜଣେ କରୋନାରେ ମୃତ୍ୟୁମୁଖରେ ପଡ଼ିଛନ୍ତି।

ଏବେ ରାଜ୍ୟରେ ମୋଟ୍ ୪୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୩ ରହିଛି। ଅପରପକ୍ଷରେ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର