ଡେମୋ ଦେଖାଇଲେ ବୋମା ନିଷ୍କ୍ରିୟକାରୀ ଦଳ

ପୁରୀ : ରଥଯାତ୍ରାରେ ସମ୍ଭାବ୍ୟ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆଜି ପୁଲିସ ଅବକାଶଠାରେ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ପକ୍ଷରୁ ମକ୍‌ଡ୍ରିଲ୍‌ କରାଯାଇଥିଲା। ଏଠାରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଓ ସନ୍ତ୍ରାସବାଦୀଙ୍କୁ ସମ୍ମୁଖୀନ ହେବାର ସାମର୍ଥ ରଖିଥିବା ସୈନିକମାନେ ରହି ଡେମୋ ଦେଖାଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଅଧିକାରୀମାନେ ଏଠାରେ ଏହି ଡେମୋ ପ୍ରଦର୍ଶନ କରିଥିଲେ। ଯଦି କୌଣସି ସ୍ଥାନରେ ସନ୍ଦେହଜନକ ଅବସ୍ଥାରେ କିଛି ପଦାର୍ଥ ଦେଖିବାକୁ ମିଳେ ତେବେ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି କିପରି ଏହାକୁ ସମ୍ମୁଖୀନ ହେବେ ତାହା ‌ମକ୍‌ଡ୍ରିଲରେ ପ୍ରଦର୍ଶନ କରାଯାଇଥିଲା। ସେହିପରି ଅସୁସ୍ଥ ହୋଇ ପଡ଼ୁଥିବା ଲୋକମାନଙ୍କୁ କିପରି ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯିବ, ତାହା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ସେହିପରି ଏଠାରେ ସନ୍ଧାନୀ କୁକୁରକୁ ନେଇ ମଧ୍ୟ ଏଠାରେ ମକ୍‌ଡ୍ରିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର