କଟକ : କରୋନା ସଂକ୍ରମଣ ଜନିତ ସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହୋଇ ନ ଥିବାବେଳେ ନିର୍ମାଣ ଉଚ୍ଛେଦ, ସଂପତ୍ତି ନିଲାମ ଉପରେ ପୂର୍ବରୁ ହାଇକୋର୍ଟ ଜାରି କରିଥିବା ଅଙ୍କୁଶ ୨୦୨୧, ଫେବ୍ରୁଆରି୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ଜାମିନ ଅବଧି ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ସ୍ଥିତିରେ ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ୨୦୨୦, ମେ ୫ରେ ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ ୨୦୨୧, ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୦, ମେ ୫ର ନିର୍ଦ୍ଦେଶ ୨୦୨୧, ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି।
ପୂର୍ବରୁ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ମେ୫ର ନିର୍ଦ୍ଦେଶ ବିଭିନ୍ନ ସମୟରେ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ଶେଷ ହୋଇଥିବା ବେଳେ ହାଇକୋର୍ଟ ମାମଲାର ଶୁଣାଣି କରି କରୋନା ସଂକ୍ରମଣଜନିତ ସାନି ସ୍ଥିତିକୁ ବିଚାରକୁ ନେଇ ମେ୫ର ନିର୍ଦ୍ଦେଶ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ସାନି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/demo.jpg)