ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ କ୍ରମରେ ଜିଲ୍ଲା ପ୍ରଶାସନ ମଙ୍ଗୁ ମଠ ଉଚ୍ଛେଦ ପରେ ଆଜି ସାନଛତା ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ପ୍ରଶାସନ ମଠର ସମ୍ମୁଖ ଭାଗ ଭାଙ୍ଗି ଉଚ୍ଛେଦ ବନ୍ଦ ରଖିଥିବା ବେଳେ ଆସନ୍ତାକାଲି ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ମଙ୍ଗୁ ମଠର ମନ୍ଦିର ଓ ଅନ୍ୟ ଏକ ଛୋଟ ଘରକୁ ଛାଡ଼ି ବାକି ଉଚ୍ଛେଦ ପ୍ରକ୍ରିୟା ଶେଷ କରିବା ପରେ ପ୍ରଶାସନ ଏହାର ଭଗ୍ନାବଶେଷ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି।
ସ୍ବର୍ଗଦ୍ବାର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ଗତକାଲି ଜିଲ୍ଲା ପ୍ରଶାସନ ଏହାର ପୁରୁଣା ଘର ସହ ଅନ୍ୟାନ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ଆଜି କିନ୍ତୁ ଏହି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖି ପ୍ରଶାସନ ମଙ୍ଗୁ ମଠର ବାକି ଅଂଶ ଓ ସାନଛତା ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ତେବେ କୌଣସି କାରଣରୁ ଆଂଶିକ ଉଚ୍ଛେଦ ପରେ ପ୍ରଶାସନ ଏହାକୁ ବନ୍ଦ ରଖିଛି। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ କହିଛନ୍ତି, ଆଜିଠାରୁ ସାନଛତା ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପର ପଟେ ମଙ୍ଗୁ ମଠର ଭଗ୍ନାବଶେଷ ଉଠା ପ୍ରକ୍ରିୟା ଜାରି ରହିଛି। ସାନଛତା ମଠ ଉଚ୍ଛେଦ ପରେ ସ୍ବର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଉଚ୍ଛେଦ ପ୍ରକ୍ରିୟା ବି ଜାରି ରହିବ ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/puri-1-750x430-1.jpg)