ଭଦ୍ରକ ବେଦାନ୍ତ କମ୍ପାନି ଆଗରେ ଠିକା ଶ୍ରମିକଙ୍କ ଧାରଣ

ଭଦ୍ରକ: ଭଦ୍ରକର ଋାନ୍ଦିଆସ୍ଥିତ ଫେଜର ବେଦାନ୍ତ କମ୍ପାନିର ପାୱାର ପ୍ଲାଣ୍ଟ ଆଗରେ ଆଜି ଏହି କମ୍ପାନିର ଠିକା ଶ୍ରମିକ ମାନେ ସେମାନଙ୍କର ବର୍ଦ୍ଧିତ ଦରମା ଦାବିରେ ଧାରଣା ଦେଇଛନ୍ତି। ଆଜି ସକାଳ ୭ଟାରୁ ଠିକା କର୍ମଚାରୀଙ୍କର ଧାରଣା ଆରମ୍ଭ ହୋଇଥିଲା। ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା। ଶ୍ରମିକମାନେ ଚେତାବନୀ‌ ଦେଇଛନ୍ତି ଯେ, ସେମାନଙ୍କର ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରଖିବେ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ଧରି ଫେକର ପାୱାର ପ୍ଲାଣ୍ଟ କଂପାନି ଠିକା କର୍ମଚାରୀ ରଖି ସ୍ବଳ୍ପ ବେତନରେ ଦରମା ଦେଉଥିଲା। କ୍ରମେ ପାୱାର ପ୍ଲାଣ୍ଟ କଂପାନି ରୁଗୁଣ ହୋଇଯିବାରୁ ୨୦୨୦ ମସିହାରେ ଫେକର ପାୱାର ପ୍ଲାଣ୍ଟ ବେଦାନ୍ତକୁ ବିକ୍ରି କରି ଦିଆଯାଇଥିଲା। ବେଦାନ୍ତ ଦାୟିତ୍ବ ନେବା ପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଯେ, ନୂତନ ନିଯୁକ୍ତି ମିଳିବ। ଠିକା କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ମିଳିବ। ଜମିହରା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ମିଳିବ। ମାତ୍ର ‌ବେଦାନ୍ତ ଦ୍ବାରା ପରିଚାଳିତ କଂପାନି ପାୱାର ପ୍ଲାଣ୍ଟ କଂପାନି ସେଭଳି ଜନକଲ୍ୟାଣ କାମ କରି ନଥିବା ଅଭିଯୋଗ ହୋଇଛି। କିଛି ଠିକାଦାରଙ୍କ ମାଧ୍ୟମରେ ଠିକାରେ ଶ୍ରମିକ ରଖି ନିଜର କଂପାନି ଚଳାଉଛି। ଏହାର ପ୍ରତିବାଦରେ ଶତାଧିକ କ୍ରମେ ଶ୍ରମିକ ଧାରଣାରେ ବସିଛନ୍ତି। ଜିଲ୍ଲା ପ୍ରଶାସନ ଓ କଂପାନି କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି। ଠିକା ଶ୍ରମିକଙ୍କୁ ସ୍ଥାନୀୟ ନିଯୁକ୍ତି ଦେବା ଓ ପୂର୍ଣ୍ଣ ଦରମା ୨୧ ହଜାର ଟଙ୍କା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର