ଭଦ୍ରକ: ଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗରେ କାଉନସିଲରମାନେ ଧାରଣା ଦେଇଛନ୍ତି। କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର ମନମୁଖୀ କାର୍ଯ୍ୟ ପ୍ରତିବାଦରେ କାଉନସିଲର ଓ ସ୍ଥାନୀୟ ଲୋକ ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଲାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହା ଭିତରେ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର ବଦଳି କରାଯାଇ ନାହିଁ। ଭଦ୍ରକ ପୌର ପଳିକାର ଉନ୍ନତିମୂଳକ କାର୍ଯ୍ୟରେ ପୌର ଅଧିକାରୀ ବାଧା ସୃଷ୍ଠି କରୁଥିବା ବେଳେ ଭଦ୍ରକରେ ରହି ରାଜନୀତି କରୁଛନ୍ତି ବୋଲି କାଉନସିଲରମାନେ ଅଧିଯୋଗ କରିଛନ୍ତି। ଏହି ଅଧିକାରୀଙ୍କୁ ଭଦ୍ରକରୁ ନ ହଟାଇଲେ ଆନ୍ଦୋଳନ ଜୋରଦାର ହେବ ବୋଲି କାଉନସିଲରମାନେ ଚେତା ବାଣୀ ବେବା ସହ ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବା କାଉନସିଲର ମାନଙ୍କ ମଧ୍ୟରେ ରୁକସନା ଖାତୁନ, ଶେଖ ସାହିଲ କାଦିରି, ହେମନ୍ତ ସାହୁ, ଜ଼ାହୀଦ ସାହା, ଫାରୀୟାଦ ଖାଁ, ଯମୁନା ସୋରେନ, ତାନ୍ନ, ଲାଲୁ ଭାଇ ଓ ଅନ୍ୟମାନେ ଉପସ୍ଥିତ ରହିଛନ୍ତି।
ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଧାରଣା
/sambad/media/post_attachments/wp-content/uploads/2022/11/IMG-20221130-WA0040.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)