ପାଟଣାଗଡ଼: ପୂର୍ବତନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳାଳି ତଥା ଓସିଏ କୋଚ୍ ଦୀନେଶ ମୋଙ୍ଗିଆ ପାଟଣାଗଡ଼ ଓ ହରିଶଙ୍କର ଗସ୍ତରେ ଆସିଥିଲେ। ବୁଧବାର ସକାଳେ ସେ ପାଟଣାଗଡ଼ ପହଞ୍ଚିଥିଲେ। ପାଟଣାଗଡ଼ କ୍ରିକେଟ କ୍ଲବ୍ର ସଦସ୍ୟ ଓ ଖେଳାଳିମାନେ ସ୍ଥାନୀୟ ସାପ୍ତାହିକ ବଜାରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରିଥିଲେ। ସେ ପଞ୍ଚମୁଖୀ ହନୁମାନଙ୍କ ଦର୍ଶନ କରିବା ପରେ ସମସ୍ତ ଖେଳାଳି ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ହରିଶଙ୍କର ଅଭିମୁଖେ ଯାଇଥିଲେ।
ହରିଶଙ୍କର ମହୋତ୍ସବ ଚାଲିଥିବା ସମୟରେ ଶ୍ରୀ ମୋଙ୍ଗିଆ ପହଞ୍ଚିଥିବାରୁ ପୂଜକ ଓ କମିଟି କର୍ମକର୍ତ୍ତା ତାଙ୍କୁ ବାବା ହରିଶଙ୍କରଙ୍କ ଦର୍ଶନ କରାଇଥିଲେ। ହରିଶଙ୍କରରେ ସେ କିଛି ସମୟ ରହିବା ପରେ ଫେରି ଯାଇଥିବା ସୂଚନା ମିଳିଛି।