ଅତାବିରା : ଅତାବିରା ଏନ୍ଏସି ଅଧିନସ୍ଥ ଅତାବିରା ବସଷ୍ଟାଣ୍ତରୁ ବୈମାନଟିକ୍ରାରେ ଥିବା ନଲିଆ ବ୍ରିଜ୍ ମରଣଯନ୍ତା ପାଳଟିଛି। ୪୫ ବର୍ଷ ପୁରୁଣା ଅଣ ଓସାରିଆ, ତଳୁଆ ବ୍ରିଜ୍ ବିପଦସ˚କୁଳ ଅବସ୍ଥାରେ ରହିଛି। ବ୍ରିଜ୍ର ପାର୍ଶ୍ବର ପିଲର୍ ଭା˚ଗି ଯାଇଥିବା ବେଳେ ଅନ୍ଧାରୁଆ, ଟ୍ରାଫିକ୍ ଜାମ ସମୟରେ ବ୍ରିଜ୍ ତଳକୁ ପଡ଼ିଯିବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ଏନ୍ଏସି ସମେତ ଅତାବିରା ବ୍ଳକର ୩ଟି ପ˚ଚାୟତ, ଭେଡେ଼ନ ବ୍ଳକର କିଛି ଲୋକେ ସଂପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି। ଏପରି ଗୁରୁତ୍ବପୂର୍ଣ ରାସ୍ତାରେ ଥିବା ପୁରୁଣା ବ୍ରିଜ୍ର ପୁନଃନିର୍ମାଣ ନେଇ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ନେତୃବୃନ୍ଦଙ୍କ ନଜର ପଡୁ ନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି। ଲୋକେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବାର ଶୁଣିବାକୁ ଲାଗିଛି। ଅତାବିରା ବସ୍ଷ୍ଟାଣ୍ତ ଦେଇ ଯାଇଥିବା ଏହି ରାସ୍ତା କୁଲୁଣ୍ତା, ବୁଗବୁଗା, ଝିଲିମିଣ୍ତା ପ˚ଚାୟତର ଲୋକମାନେ ସିଧାସଳଖ ନିର୍ଭର କରୁଛନ୍ତି। ପଡେ଼ାଶୀ ଭେଡେ଼ନ ବ୍ଳକର ବହୁ ଲୋକ ପ୍ରତ୍ୟହ ଯିବା ଆସିବା କରିଥାନ୍ତି। ଏହି ସବୁ କୃଷି ପ୍ରଧାନ ଅ˚ଚଳରେ ବହୁ ଧାନ ମିଲ ରହିଛି। ଧାନ ଅମଳ ସମୟରେ ନିୟମିତ ଧାନ ଗାଡ଼ି ଏବଂ ନିୟମିତ ଭାରିଯାନ ଯିବା ଆସିବା କରୁଛି। ବ୍ରିଜ୍ ଉପରେ ୨ଟି ଚାରି ଚକିଆ ଯାନ ସାମନା ସାମନି ପାରି ହେବା କାଠିକର। ବର୍ଷା ଦିନରେ ବ୍ରିଜ୍ ଉପରେ ପାଣି ବୋହିଥାଏ। ବାଡ଼ ନଥିବାରୁ ବ୍ରିଜ୍ ଠଉରାଇବା ମୁସ୍କିଲ ହୋଇଥାଏ। ବ୍ରିଜ୍ ଦେଇ ଶହ ଶହ ପିଲା ସ୍କୁଲ ଯାଉଥିବାରୁ ଦୁର୍ଘଟଣାର ଭୟ ରହୁଛି। ଏପରି ଗୁରୁତ୍ବପୂର୍ଣ ରାସ୍ତା ଉପରେ ନୂତନ ବ୍ରିଜ୍ ନିର୍ମାଣ ଜରୁରୀ ହୋଇପଡ଼ିଛି।
ବିପଦସ˚କୁଳ ଅବସ୍ଥାରେ ୪୫ ବର୍ଷର ପୁରୁଣା ଅତାବିରା ଏନ୍ଏସିରେ ବ୍ରିଜ୍
/sambad/media/post_attachments/wp-content/uploads/2018/10/atabira-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)