ନିରାକାରପୁର : ସ୍ଥାନୀୟ ଡିଆ ପଞ୍ଚାୟତ କପିଳେଶ୍ବରପୁର ଶ୍ମଶାନ ରାସ୍ତା ଓ ଗହୀରକୁ ଯିବାର ମୁଖ୍ୟ ରାସ୍ତାରେ ବସିଥିବା ଟ୍ରାନସ୍‌ଫର୍ମରଟି ମୁକୁଳା ପଡ଼ିଛି। ଗ୍ରାମବାସୀଙ୍କ ପକ୍ଷରୁ ଏହାର ସ୍ଥାୟୀ ନିରାକାରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଟ୍ରାନସଫର୍ମର ବସିଥିବା ସ୍ଥାନରେ ନିୟମ ଅନୁଯାୟୀ ପ୍ଲାଟଫର୍ମ ସହିତ ଚତୁଃପାର୍ଶ୍ବ ଆବଦ୍ଧ କରିବାର ଆବଶ୍ୟକତା ଥିଲେ ସୁଦ୍ଧା ଏ କ୍ଷେତ୍ରରେ ତାର ବ୍ୟତିକ୍ରମ ଘଟିଛି। ଫଳରେ ସାଧାରଣ ବର୍ଷାହେଲେ ଏହି ରାସ୍ତାରେ ଯିବାକୁ ଭୟ ଲାଗେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହା ଗ୍ରାମର ଗହୀର ଓ ଶ୍ମଶାନକୁ ଯିବାର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଅତି ବିପଦସଂକୁଳ ଅବସ୍ଥାରେ ଗ୍ରାମବାସୀମାନେ ବାଧ୍ୟବାଧକତାରେ ଯିବାଆସିବା କରୁଛନ୍ତି।