ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କୋଲନରା ବ୍ଲକ ଦେଓପୁରୁ ପଞ୍ଚୟତର ସଦର ମହକୁମାରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଜ୍ଵର ଆକ୍ରାନ୍ତଙ୍କ ସଂଖ୍ୟା। ଭୟଭୀତ ଅବସ୍ଥାରେ ଏବେ ଗ୍ରାମବସୀ। ଅସ୍ବାସ୍ଥ୍ୟକର ପରିବେଶ ଓ ପ୍ରଶାସନ ଅବହେଳା ଯୋଗୁଁ ଗାଁରେ ଡେଙ୍ଗୁ ଜ୍ଵର ବ୍ୟାପୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦେଓପୁରୁ ଗ୍ରାମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ୧୦୦୦ ରୁ ଅଧିକ ଲୋକ ବସବାସ କରନ୍ତି। ପ୍ରଥମେ ଗ୍ରାମରେ ସରୋଜିନୀ ହିଆଲ ଏବଂ ସୁରେନ୍ଦ୍ର କୁମାର ଗମାଙ୍ଗ ଡେଙ୍ଗୁ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ। ଆଜି ପର୍ଯନ୍ତ ସେମାନଙ୍କର ଜ୍ଵର କମିନଥିବା ବେଳେ ସେମାନଙ୍କର ପେଟଲେଟ ଦିନକୁ ଦିନ କମୁଥିବା କହିଛନ୍ତି।
ରାୟଗଡା ମୁଖ୍ୟ ଜିଲ୍ଲା ହସପିଟାଲରେ ପେଟଲେଟର ବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗାଁରେ ବସବାସ କରୁଥିବା ଲୋକେ ସମସ୍ତେ ଗରିବ ଶ୍ରେଣୀର ଅଟନ୍ତି। ସେହିପରି ଘରେ ଘରେ ଏବେ ସମସ୍ତଙ୍କୁ ଡିଆଁ ରୋଗ ପରି କ୍ୱର ବ୍ୟପିବାରେ ଲାଗିଛି। ଗାଁ ମଧ୍ୟରେ ଏବେ ୩୦ରୁ ୪୦ ଲୋକେ ଜ୍ଵରରେ ଆକ୍ରାନ୍ତ ଅଛନ୍ତି।ଘରେ ଜଣକୁ ଚ୍ବର ହେଲେ ପରିବାରର ସମସ୍ତଙ୍କୁ ଜ୍ବର ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ପ୍ରଘଟ ନହେବା ନିମନ୍ତେ ପ୍ରଶାସନ ଏକ ଘରୋଇ କମ୍ପାନୀ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରାଇ କେବଳ ଔଷଧ ଦେଇ ବିଦା କରୁଥିବା ମଧ୍ୟ ନଜରକୁ ଆସିଛି।
ବର୍ଷା ୠତୁ କାରଣରୁ ଗାଁରେ ଥିବା ଡ୍ରେନଗୁଡିକ ପ୍ରଶାସନ ପକ୍ଷରୁ ସଫା ସୁତୁରା ନକରିବା ଏବଂ କୀଟନାଶକ ଓ ଫିନାଇଲର ବ୍ୟବହାର ନହେବା କାରଣରୁ ଏହା ବ୍ୟାପିଥିବା ନେଇ ଗ୍ରାମବାସୀ ସିଧା ସଳଖ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଅସୁରକ୍ଷିତ ପରିବେଶକୁ ନେଇ ଗ୍ରାମବସୀ ସରପଞ୍ଚ ଓ ୱାର୍ଡ ମେମ୍ବରକୁ ଅବଗତ କରିଥିଲେ ମଧ୍ୟ କେହି ଗାଁ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି। ଗାଁରେ ଜ୍ବର ବ୍ୟାପୁଥିବା କଥା ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଜାଣିଥିଲେ ମଧ୍ୟ ଏହାକୁ ଲୁଚାଇ ରୋଗୀଙ୍କୁ ବଟିକା ଦେବା ସହ ଆଶ୍ବାସନା ଦେଇ ବିଦା କରିଦେଉଥିବା କୁହାଯାଇଛି। ତେଣୁ ଏଥର ନିର୍ବାଚନରେ ଏସବୁ ସମସ୍ୟାର ସମାଧାନ ନକଲେ ଗ୍ରାମକୁ ଯେଉଁ ନେତା ମନ୍ତ୍ରୀ ଆସିବେ ସେମାନଙ୍କୁ ଚପଲ ମାଡ ମରିବନେଇ ମଧ୍ୟ କହିଛନ୍ତି ଉତ୍ୟକ୍ତ ଗ୍ରାମବାସୀ।