୧୧ଦିନରେ ୧୧ଟି ଜିଲ୍ଲାକୁ ମାଡିଲାଣି ଡେଙ୍ଗୁ

କଟକ : ସାରା ରାଜ୍ୟରେ ମାଡିଚାଲିଛି ଡେଙ୍ଗୁ। ଶୁକ୍ରବାର ଏସ୍‌ସିବିରେ ହୋଇଥିବା ପରୀକ୍ଷାରୁ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିକୁ ମିଶାଇ ୧୧ ଦିନରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଡିଲାଣି ଡେଙ୍ଗୁ ଏବଂ ଚିହ୍ନଟ ହେଲେଣି ୬୧ଜଣ ରୋଗୀ। ଏସ୍‌ସିବିରୁ ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ଏସ୍‌ସିବିରେ ୫୩ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୮ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। ସେଥିରୁ କଟକରୁ ୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ଜଗତ୍‌ସିଂହପୁରରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ଥୋରିଆସାହି, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏସ୍‌ସିବିରେ ୨୨ଜଣ ରୋଗୀ ୱାର୍ଡରେ ଓ ୪ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଟକରେ ୧୧ଦିନରେ ୨୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର