ଡେଙ୍ଗୁ ଆତଙ୍କ : କୋକସରାରେ ୧୧୫ ଆକ୍ରାନ୍ତ, ଏରସମାରେ ୭୫ ଡେଇଁଲା

କୋକସରା : କୋକସରା ବ୍ଲକ ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୧୫କୁ ଛୁଇଁଲା। ପ୍ରଥମେ ଲଡୁଗାଁ, ଆଇଁଲି, ସୁନାମାଲ, କୋକସରା, ଓଲମା, ଗତାବନ୍ଧ ପରେ ଏବେ ମୁଟ୍ରାବାହିଲର ୨ ଜଣଙ୍କଠାରେ ପଜିଟିଭ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ହୋଇ ଫେରି ଆସିଥିବା ବେଳେ ଆଉ ଜଣେ ଗାଁରେ ରହି ଚିକିତ୍ସିତ ହେଉଛନ୍ତି।

ଏରସମାରେ ୭୫ ଡେଇଁଲା

ଜଗତସିଂହପୁର/ଏରସମା : ଏରସମା କୁଞ୍ଜକୋଠି ପଞ୍ଚାୟତ କନାଗୁଳି ଗାଁରେ ଏବେ ଘରେ ଘରେ ଡେଙ୍ଗୁ ରୋଗୀ। ପ୍ରତିଦିନ ଆସୁଥିବା ରକ୍ତ ନମୁନା ରିପୋର୍ଟରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ ହେଉଛି। ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ ୪୫ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ଏହାସହ ଜ୍ୱରରେ ଆକ୍ରାନ୍ତ ଆଜି ପୁଣି ଚାରି ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଇବା ପାଇଁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଏସ୍‌ସିବିକୁ ପଠାଯାଇଛି। ଏଭଳି ସ୍ଥିତିରେ ଏବେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର