ସିଂହପୁର ଗ୍ରାମରେ ଡେଙ୍ଗୁ ଜ୍ବର ବ୍ୟାପୁଛି

ସିଂହପୁର: ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ସିଂହପୁର ଗ୍ରାମରେ ଡେଙ୍ଗୁ ଜ୍ବର ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ତତ୍ପରତା ପ୍ରକାଶ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସିଂହପୁର ଗ୍ରାମର ସ୍ବର୍ଗତ ନାରାୟଣ ଚନ୍ଦ୍ର ଦାସଙ୍କ ପତ୍ନୀ ସରସ୍ବତୀ ଦାସ, ସ୍ବର୍ଗତ କୃଷ୍ଣଚନ୍ଦ୍ର ଖିଲାରଙ୍କ ପତ୍ନୀ ସୁଢଳି ଖିଲାର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଏହି ଅଞ୍ଚଳ ଗସ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର