କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ : ରୋଗୀଙ୍କ ସଂଖ୍ୟା ୧୦୦ ଟପିଲା

କୋକସରା :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରୋଗୀଙ୍କ ସଂଖ୍ୟା ୧୦୮କୁ ଛୁଇଁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ଅନ୍ତର୍ଗତ  ଲଡୁଗାଁ, ଓଲମା, ଆଇଲି, ସୁନାମାଲ ପରେ ନିକଟସ୍ଥ ତୁନଗାଁରେ ମଧ୍ୟ ଏହି ରୋଗ ଦେଖାଦେଇଛି। ତୁନଗାଁରେ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ରବିବାର ଜଣାପଡ଼ିଛି। ଡେଙ୍ଗୁ ଗାଁ ଗାଁକୁ ବ୍ୟାପିବା  ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଶନିବାର ସରକାରୀ ତଥ୍ୟ ଅନୁଯାୟୀ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ଥିଲା। ରବିବାର ସରକାରୀ ତଥ୍ୟ ମିଳିନଥିଲେ ବି ଏକ ବିଶ୍ୱସ୍ତ ସୂତ୍ର ଅନୁସାରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏହା ବାଦ ଅନେକ ଲୋକ ରାଜ୍ୟ ବାହାରେ ଚିକିତ୍ସିତ ହେଉଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର