ଏସ୍‌ସିବିରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଡିମେଣିଆର ତ୍ରୈଲୋକ୍ୟ ବାରିକ (୩୨)। ଗଲା ୨୨ ତାରିଖରେ ଗୁରୁତର ଅବସ୍ଥାରେ ତ୍ରୈଲୋକ୍ୟଙ୍କୁ ମେଡିସିନ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୧୧ଟା ୨୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତ୍ରୈଲୋକ୍ୟ ହାଇଦ୍ରାବାଦରେ ରହି କାମ କରୁଥିଲେ। ସେଠାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲ୍‌କୁ ଚିକିତ୍ସା ପାଇଁ ଆସିଥିଲେ। ଏସ୍‌ସିବି ମେଡିକାଲ୍‌ରେ ଚଳିତ ବର୍ଷରେ ଏହା ଦ୍ୱିତୀୟ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି। ଗତ ମାର୍ଚ୍ଚ ମାସରେ ଜଣଙ୍କର ମୃତ୍ୟୁ ହୋଇଥିବା ମେଡିକାଲ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର