ଏସ୍‌ସିବିରେ ବଢ଼ୁଛନ୍ତି ଡେଙ୍ଗୁ ଆକ୍ରାନ୍ତ

କଟକ : ରାଜ୍ୟରେ ଡେଙ୍ଗୁ କାୟାବିସ୍ତାର କରିବାରେ ଲାଗିଛି। ଭୁବନେଶ୍ୱର-କଟକରୁ ଆରମ୍ଭ ହୋଇଥିବା ଡେଙ୍ଗୁ ଏବେ ରାଜ୍ୟର ଅନ୍ୟ ସ୍ଥାନକୁ ବ୍ୟାପିଲାଣି। ଆଜି କଟକ ବଡ଼ମେଡିକାଲରେ ପରୀକ୍ଷା ହୋଇଥିବା ୩୭ଟି ରକ୍ତ ନମୂନାରୁ ୪ଟିରେ ଡେଙ୍ଗୁ ଭୂତାଣୁ ରହିଥିବା ଚିହ୍ନଟ ହୋଇଛି। ଆଜି ରକ୍ତନମୂନାରୁ ଖୋର୍ଦ୍ଧା, ବାଲେଶ୍ୱର, ଜଗତ୍‌ସିଂହପୁର, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଥିବା ଜଣାପଡ଼ିଛି। ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ମୋଟ ୧୬ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଆଇସିୟୁରେ ଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର