କାୟା ବିସ୍ତାର କରୁଛି ଡେଙ୍ଗୁ : କଟକ, ଭଦ୍ରକରେ ସଂଖ୍ୟା ବଢୁଛି, କେନ୍ଦ୍ରାପଡ଼ା ଓ ପୁରୀରୁ ବି ରୋଗୀ ଚିହ୍ନଟ

କଟକ : ଧୀରେ ଧୀରେ ରାଜ୍ୟରେ କାୟା ବିସ୍ତାର କଲାଣି ଡେଙ୍ଗୁ। ବିଭିନ୍ନ ଜିଲ୍ଲାରୁ ଡେଙ୍ଗୁ ‌ରୋଗୀ ଚିହ୍ନଟ ହୋଇ ଏବେ କଟକ ବଡ଼ମେଡିକାଲରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏଯାବତ ଭଦ୍ରକ ଜିଲ୍ଲାର ସର୍ବାଧିକ ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି କଟକ। କଟକରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ଶିଖରପୁର, ବିଡାନାସୀ ଓ ଜଗତପୁର ଅଞ୍ଚଳରୁ ଏହି ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗଲା ୪ ଦିନ ଭିତରେ ବଡ଼ମେଡିକାଲରେ ମୋଟ ୧୨ଜଣ ଡେଙ୍ଗୁ ‌ରୋଗୀ ଚିହ୍ନଟ ହୋଇଛନ୍ତି।

ମେଡିକାଲ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ୫୬ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୩ଜଣଙ୍କଠାରେ ଡେଙ୍ଗୁ ପଜିଟିଭ୍ ବାହାରିଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଭଦ୍ରକ, ପୁରୀ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ରୋଗୀ ରହିଛନ୍ତି। ଆଜି ସୁଦ୍ଧା ୫ ଜଣ ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର