ବୁର୍ଲା : ବୁର୍ଲା ଭିମ୍‌ସାରରେ ଖୁବ୍‌ଶୀଘ୍ର ଡେଙ୍ଗୁ ୱାର୍ଡ ଖୋଲିବ ବୋଲି ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଏହି ବିଭାଗ ନୂତନ ମେଡିସିନ ୱାର୍ଡର ସେଣ୍ଟ୍ରାଲ ଆଇସିୟୁ ପାଖରେ ଥିବା ୧୫ ଶଯ୍ୟା ବିଶିଷ୍ଟ କକ୍ଷରେ ଖୋଲାଯିବ।

Advertisment

ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ପୂର୍ବକ ଏହି ବିଭାଗ ଖୋଲାଯାଉଛି। ଯାହା ଦ୍ଵାରା ଭିମ୍‌ସାର ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗରିବ ରୋଗୀଙ୍କ ସହିତ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀମାନେ ଉପକୃତ ହେବେ ବୋଲି ଅଧୀକ୍ଷକ ପ୍ରଫେସର ନାୟକ ପ୍ରକାଶ କରିଛନ୍ତି।