କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇ ଭାଇରାଲ୍ ଅଭିଯୋଗକୁ ବୋର୍ଡ ପକ୍ଷରୁ ଅସ୍ବୀକାର କରାଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମାଲାକାନଗିରିରେ ପ୍ରଥମେ ପ୍ରଶ୍ନପତ୍ର ପ୍ରଘଟ ଓ ଭାଇରାଲ୍ ଅଭିଯୋଗ ଆସିଥିଲା। ସେଠାକାର ଡିଇଓ କିନ୍ତୁ ଏହାକୁ ଯାଞ୍ଚ କରି ଖଣ୍ଡନ କରିଥିଲେ। ବୋର୍ଡର ଦୁଇ ଜଣ ପର୍ଯ୍ୟବେକ୍ଷକ ବି ଏହାର ଯାଞ୍ଚ କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଭାଇରାଲ୍ର କୌଣସି ପ୍ରମାଣ ମିଳି ନଥିଲା। ଅନ୍ୟପଟେ ରାଜ୍ୟର ଅନ୍ୟ ଯେଉଁ ଯେଉଁ ସ୍ଥାନରୁ ଏଭଳି ଅଭିଯୋଗ ଆସୁଛି, ତାହାର ଯାଞ୍ଚ କରାଯାଉଛି ଏବଂ ସଂପୃକ୍ତ ଅଧିକାରୀଙ୍କୁ ରିପୋର୍ଟ ମଗା ଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଯଦି ଆଗୁଆ ପ୍ରଶ୍ନପତ୍ର ପ୍ରଘଟର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳେ ତେବେ ପରବର୍ତ୍ତି ପଦକ୍ଷେପ ସଂପର୍କରେ ବିଚାର କରାଯିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp