ଭୁବନେଶ୍ୱର: ଆଜି ଭୋରରୁ ରାଜଧାନୀ ଭୁବନେଶ୍ୱରକୁ ମାଡ଼ି ଆସିଛି ଘନ କୁହୁଡ଼ି। ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏମିତି ଘନ କୁହୁଡ଼ି ହୋଇଥିଲା ଯେ ୩୦ ମିଟର ପର୍ଯ୍ୟନ୍ତ କୌଣସି ଯାନବାହନ ସ୍ପଷ୍ଟଭାବେ ଦେଖାଯାଉ ନ ଥିଲା। ଲୋକେ ବହୁ ସତର୍କତାର ସହିତ ଗାଡ଼ି ଚଳାଉଥିଲେ। ପ୍ରାୟ ସବୁ ଗାଡ଼ି ହେଡ୍ଲାଇଟ୍ ଲଗାଇ ଯାଉଥିବା ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ ସୂଚନା ଅନୁଯୟୀ, ସକାଳ ପ୍ରାୟ ୧୦ଟା ଯାଏ ଏପରି କୁହୁଡ଼ି ରହିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳ ୬ଟାରୁ ରାଜଧାନୀ ସହିତ ଆଖପାଖ ଅଞ୍ଚଳରେ ଘନକୁହୁଡ଼ି ଛାଇ ଯାଇଥିଲା। ତେବେ ସକାଳ ସାଢ଼େ ୬ଟା ପରେ କୁହୁଡ଼ିର ଘନତ୍ୱ ଏମିତି ବଢ଼ିଯାଇଥିିଲା ଯେ ରାସ୍ତାଘାଟ କିଛି ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇ ନ ଥିଲା। ଫଳରେ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତାରେ ଗାଡ଼ି ଚଳାଇ ଯିବା କଷ୍ଟକର ହୋଇପଡ଼ିଛି। ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ ଟିମ୍ ରହି ଧୀରେ ଧୀରେ ଗାଡ଼ି ଚଳାଇ ଓ ହେଡ୍ ଲାଇଟ୍ ଦେଇ ଯିବାକୁ କହୁଥିବା ଦେଖିବାକୁ ମିଳିଥିଲା।