ରାଜ୍ୟର ୭ଟି ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

ଭୁବନେଶ୍ବର : ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୦ ଓ ୧୧ ତାରିଖରେ କଟକ, ପୁରୀ ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କୋରାପୁଟ ଜିଲ୍ଲାର ଗୋଟି, ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ନ ହେ‌ଲେ ସେଭଳି ବଡ଼ ଧରଣର ପରିବର୍ତନ ହେବନି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା‌ରେ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ରାତିର ତାପମାତ୍ରା ବୃଦ୍ଧି ପାଇଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୦.୫, ସୋନପୁରରେ ୧୧.୨, ସୁନ୍ଦରଗଡ଼ରେ ୧୨.୫, ଟିଟିଲାଗଡ଼ରେ ୧୨.୬, କୋରାପୁଟରେ ୧୩, ସମ୍ବଲପୁରରେ ୧୩.୪, ଅନୁଗୁଳରେ ୧୩.୬ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର