ଭୁବନେଶ୍ୱର: ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ ରହିବ | ଏ ନେଇ ୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ | ଆସନ୍ତା ୧୯ ଏବଂ ୨୦ତାରିଖ ସକାଳ-ସମୟରେ ୧୨ଟି ଜିଲ୍ଲାରେ ସମ୍ଭାବ୍ୟ ଘନ କୁହୁଡି ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି |
#ଉତ୍ତର-ଓଡିଶା ଉପକୂଳରେ ଥିବା #ଗୁରୁଚାପ ବଳୟ ପ୍ରଭାବରେ, #୧୨ଜିଲ୍ଲାରେ#୧୯ଏବଂ#୨୦ତାରିଖ ସକାଳ-ସମୟରେ #ସମ୍ଭାବ୍ୟ#ଘନ#କୁହୁଡି ପାଇଁ #ୟେଲୋୱାର୍ଣ୍ଣିଂpic.twitter.com/6FZdOUwxbn
— Meteorological Centre, Bhubaneswar (@mcbbsr) November 18, 2020
ଏହି ୧୨ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ମୟୂରଭଞ୍ଜ | ଏହି ସବୁ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |