କନ୍ଧମାଳ ଓ କଳାହାଣ୍ଡି ସମେତ ଏସବୁ ଜିଲ୍ଲାକୁ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଥିପାଇଁ ୫ରୁ ଊର୍ଧ୍ବ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ରହିଛି।

ସେହିପରି ଜାନୁଆରି ୬ ତାରିଖରୁ ୭ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାକୁ ବି କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜାନୁଆରି ୭ ତାରିଖ ପରେ କୌଣସି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଏଥିପାଇଁ ଉକ୍ତ ଜିଲ୍ଲାକୁ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଯାବତ ରାଜ୍ୟର ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ୨୮.୨ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୮.୬ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

ସମ୍ବନ୍ଧିତ ଖବର