ଦେବଗଡ଼: ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ସୋଢ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଆଶାକର୍ମୀ ଓ ଶିକ୍ଷକଙ୍କ ନମୁନାରେ କୋଭିଡ-୧୯ ଭୁତାଣୁ ବାହାରିଛି। ଏହାପରେ ଦୁହିଁଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଚିହ୍ନଟ ହୋଇଥିବା ୧୦୩ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୦୩ କରୋନା ଆକ୍ରାନ୍ତଙ୍କ ସରକାର ତଥ୍ୟ ଦେଇଛନ୍ତି। ଯାଜପୁରର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା, କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା, ଗଞ୍ଜାମର ୪ ଆକ୍ରାନ୍ତ ମଧ୍ୟରୁ ୨ ସୁରତ ଫେରନ୍ତା, ୨ ଜଣ ସ୍ଥାନୀୟ ଅଞ୍ଚଳର । ସେହିପରି ଭଦ୍ରକର୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ ପଶ୍ଚିମବଙ୍ଗ, ୨ ଗୁଜୁରାଟ, ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା । ବଲାଙ୍ଗିରର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୨ ଗୁଜରାଟ ଓ ଜଣେ ଛତିଶଗଡ଼ ଫେରନ୍ତା ।
/sambad/media/post_attachments/ca2fab49b8edaee89ab0d0646607b6eee259e97388e7ecfdd9744ddeea9fd192.jpg)
ଢେଙ୍କାନାଳର ଜଣେ ଆକ୍ରାନ୍ତ ଛତିଶଗଡ ଫେରନ୍ତା ରହିଥିବା ବେଳେ ଜଗତସିଂହପୁରର ୮ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ତାମିଲନାଡୁ ଫେରନ୍ତା । କନ୍ଧମାଳର ଜଣେ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଜଣେ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା, ଗଜପତିର ୬ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା । ବାଲେଶ୍ୱରର ୩ଜଣ ତାମିଲନାଡୁ, ଜଣେ ପଶ୍ଚିମବଙ୍ଗ ଓ ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/978598.jpg)